ଓଡ଼ିଶା ହେରିଟେଜ କ୍ୟାବିନେଟର ନିଷ୍ପତ୍ତି: ପୁରୀରେ ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ

Odisha Heritage Cabinet decided to set up Odia University in Puri

 Published : ଓଡ଼ିଶା ସନ୍ ଟାଇମ୍ସ

/  

27-Jul-2018  

ଓଡ଼ିଶା ହେରିଟେଜ କ୍ୟାବିନେଟର ପ୍ରଥମ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଶ୍ବବିଦ୍ୟାଳୟ ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ପ୍ରତିଷ୍ଠା କରାଯିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଏହି ବିଶ୍ବବିଦ୍ୟାଳୟ ପାଇଁ ୨୫ ଏକର ଜମି ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ହେରିଟେଜ କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି।

Other News