ଓଡିଶାର ଶିଳ୍ପପୁଞ୍ଜ ଦକ୍ଷିଣ ଏସୀୟରାଷ୍ଟ୍ର ସମୁହକୁ ଆକର୍ଷିତ କରିଛି

Odisha woos ASEAN nations with industrial clusters

 Published : ଦି ଟାଇମସ୍ ଅଫ ଇଣ୍ଡିଆ

/  

02-Dec-2016  

ଓଡିଶାକୁ ଶିଳ୍ପ କ୍ଷେତ୍ରରେ ପୂର୍ବଭାରତର ମୁଖ୍ୟ ଦ୍ବାରଭାବେ ପରିଣତ କରିବାର ଲକ୍ଷ ଏବଂ ଦକ୍ଷିଣ ଏସୀୟ ରାଷ୍ଟ୍ରସମୁହକୁ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଆକର୍ଷିତ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ୍ ଇନ୍ ଓଡିଶା ସମ୍ମିଳନର ଆୟୋଜନ କରାଯାଇଛି।ଏହିସମ୍ମିଳନରେ ରାଜ୍ୟର ଶିଳ୍ପଗୁଛ ଗୁଡିକ ସମ୍ପର୍କରେ ପ୍ରସ୍ତୁତ କରାଯାଇଥିବା ବିସ୍ତୃତ ଯୋଜନାର ବିବରଣ ପ୍ରଦାନ କରାଯାଇଥିଲ। ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ମାଷ୍ଟର ପ୍ଲାନ ମଧ୍ୟରେ ଧାମରା ଠାରେ ବନ୍ଦର ଭିତ୍ତିକ ମାନୁଫ୍ୟାକଚରିଙ୍ଗ ହବ, ପାରାଦ୍ବୀପଠାରେ ପେଟ୍ରୋଲିୟମ, କେମିକାଲସ୍ ଏବଂ  ପେଟ୍ରୋକେମିକାଲସ୍ ପୁଞ୍ଜି ବିନିବେଶ ଅଞ୍ଚଳ ଏବଂ କଳିଙ୍ଗନଗରଠାରେ ଜାତୀୟ ପୁଞ୍ଜି ବିନିବେଶ ଏବଂ ମାନୁଫ୍ୟକଚରିଙ୍ଗ ଅଞ୍ଚଳ ଭାବେ ପ୍ରତିଷ୍ଠା କରାଯାଇଛି ବୋଲି ସମ୍ମଳନରେ ସୂଚନା ପ୍ରଦାନ କରାଯାଇଥିଲା।

Other News