Published : ଓଡ଼ିଶା ସନ୍ ଟାଇମ୍ସ
/18-Apr-2019
ରାଜ୍ୟରେ ଆଉ ଏକ ନିର୍ବାଚନୀ ହିଂସାକାଣ୍ଡରେ ଦଳର ସୁନ୍ଦରଗଡ ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହଙ୍କ ଦୁଇଭାଇ ଗୁରୁତ୍ତର ଭାବେ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ଯୋଗେଶଙ୍କ ଦୁଇ ଭାଇ ନରେଶ ସିଂହ ଓ ରିତେଶ ସିଂହ ରାତି ପ୍ରାୟ ୧.୪୫ ମିନିଟରେ ସର୍ଗିପାଲି ବସ୍ତିକୁ ଯାଇଥିବା ବେଳେ ସେଠାରେ ସେମାନଙ୍କୁ ୬ ରୁ ୭ ଜଣ ଅସାମାଜିକ ବ୍ୟକ୍ତି ଛୁରାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁଇ ଭାଇ ଗୁରୁତ୍ତର ହୋଇ ପଡିଥିବା ଜଣାପଡିଛି।