ରାଜଭବନଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବ ସୁଉଚ୍ଚ ମାର୍ଗ

Raj Bhawan Nandankanan elevated corridor in making

ଯାତାୟତକୁ ସୁଗମ କରିବା ପାଇଁ ଭୁବନେଶ୍ବର ରାଜଭବନଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟନ୍ତ ଏଲିଭେଟେଡ କରିଡର (ସୁଉଚ୍ଚ ମାର୍ଗ) ନିର୍ମାଣ କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୂର୍ତ୍ତ ବିଭାଗର କାର୍ଯ୍ୟ ସମୀକ୍ଷା କରୁଥିବା ବେଳେ ଯାତାୟତ କ୍ଷେତ୍ରରେ ଉପରୋକ୍ତ ରାସ୍ତାରୁ ଭିଡ କମାଇବା ପାଇଁ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଫେବୃଆରୀ ମାସରେ କାଠଯୋଡି ନଦୀ ଉପରେ ପୋଲ ଖୋଲି ଯାଉଥିବାରୁ ଗମନା ଗମନ କ୍ଷେତ୍ରରେ ସାଧାରଣ ଜନତାଙ୍କ ପାଇଁ ସୁବିଧା ଜନକ ହେବ। ରାଜଭବନ ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ସମାନ୍ତରାଳ ବିକଳ୍ପ ରାସ୍ତା ନିର୍ମାଣ କରିବା ନିମନ୍ତେ ସର୍ଭେ କରିବାକୁ ପୂର୍ତ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ସୁଉଚ୍ଚ ମାର୍ଗ ନିର୍ମାଣ ହେଲେ ବିଡିଏ ଏବଂ ହାଉସିଂ ବୋର୍ଡର ନିଳାଦ୍ରୀ ବିହାର, ଶୈଳଶ୍ରୀ ବିହାର, ଏବଂ କାନନ ବିହାର ଅଞ୍ଚଳକୁ ଯାତାୟତରେ ସୁବିଧା ହେବ

Other News