Chief Minister Shri Naveen Patnaik

ବିଜୁ ବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇଯାଇଛି। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଦିନକୁ ଦିନ ବଢ଼ି ଚାଲିଛି। ବିଜୁ ଜନତା ଦଳ ହେଉଛି ଦେଶର ଏକମାତ୍ର ଦଳ, ଯାହାର ଲୋକପ୍ରିୟତା ପ୍ରତି ବର୍ଷ ବଢ଼ିଚାଲିଛି। ଓଡ଼ିଶାବାସୀଙ୍କ ବିଶ୍ଵାସ ଓ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇଭଉଣୀମାନଙ୍କ ତ୍ୟାଗ, ପରିଶ୍ରମ ଓ ନିଷ୍ଠା ଯୋଗୁଁ ଏହା ସମ୍ଭବ ହୋଇଛି।

ଏକ ଆଞ୍ଚଳିକ ଦଳ ଭାବେ ରାଜ୍ୟବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବା ଆମର ଦାୟିତ୍ଵ। ବିଜେଡି କେବେ ବି ଏଥିରୁ ବିଚ୍ଯୁତ ହୋଇନାହିଁ। ଓଡ଼ିଶାର ସ୍ବାର୍ଥ, ଓଡ଼ିଶାର ଉନ୍ନତି, ଓଡ଼ିଆ ଭାଷା ଓ ସଂସ୍କୃତି, ଓ ଓଡ଼ିଆ ସ୍ବାଭିମାନ ପାଇଁ ବିଜେଡି କାମ କରି ଆସୁଛି।

 
Chief Minister Shri Naveen Patnaik

ସ୍ବଚ୍ଛ ଓ ନିର୍ମଳ ଶାସନ ହେଉଛି ବିଜୁ ଜନତା ଦଳର ଶକ୍ତି। ୨୦୦୦ ମସିହାର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ବିଜୁ ଜନତା ଦଳ ସରକାର ଗଠନ ହେବା ପରଠାରୁ ଓଡ଼ିଶାରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି। ଗରିବୀ କମ୍‍ କରିବାରେ ଆମ ରାଜ୍ୟ ସାରା ଦେଶରେ ଆଗରେ ରହିଛି। ଏକ କୋଟିରୁ ଅଧିକ ଲୋକଙ୍କର ଗରିବୀ ଦୂର କରି ଓଡ଼ିଶା ଇତିହାସ ସୃଷ୍ଟି କରିଛି। ଆଗାମୀ କିଛି ବର୍ଷରେ ରାଜ୍ୟରେ ଗରିବୀକୁ ୧୦%କୁ ହ୍ରାସ ପାଇବ। ଏଥିପାଇଁ ଯାହା ଦରକାର ଆମ ସରକାର ସେସବୁ ପଦକ୍ଷେପ ନେବ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅନ୍ତର୍ଜାତୀୟ ସ୍ୱୀକୃତି ପାଇଛି। ଜାତିସଂଘଠାରୁ ଆରମ୍ଭ କରି ନୀତି ଆୟୋଗ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ପ୍ରଶଂସା ପାଇଛି। ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ବାଟ ଦେଖାଇଛି। ଦିନ ଥିଲା ଆମେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ। କିନ୍ତୁ ଆଜି ସେ ପରିସ୍ଥିତି ନାହିଁ। ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଜି ତିନି ନମ୍ବରରେ ଅଛି।

ସେ ଆମର ଆଦିବାସୀ ଭାଇଭଉଣୀ ହୁଅନ୍ତୁ, ଦଳିତ ଭାଇଭଉଣୀ ହୁଅନ୍ତୁ, ବା ଖ୍ରୀଷ୍ଟିଆନ ମୁସଲିମ, ସାଧାରଣ ବର୍ଗ ଓ ଅନ୍ୟ ପଛୁଆ ବର୍ଗ ଭାଇଭଉଣୀ ହୁଅନ୍ତୁ। ତଫସିଲ୍‍ଭୁକ୍ତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ ଭାଇ ଭଉଣୀଙ୍କ ବିକାଶକୁ ବିଜେଡି ପ୍ରାଥମିକତା ଦେଇଛି। ଶିକ୍ଷା ତଥା ବିଭିନ୍ନ ବିକାଶ ଜରିଆରେ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଅନେକ କାମ ଚାଲିଛି।

ଗତ କିଛି ବର୍ଷରେ ସବୁଠାରୁ ଅଧିକ ପୁଞ୍ଜି ଓଡ଼ିଶାକୁ ଆସିଛି। ଆମର ଯୁବପିଢ଼ି ପାଇଁ ଏହା ରୋଜଗାରର ନୂଆ ସୁଯୋଗ ଆଣିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ଉଚ୍ଚମାନର ସ୍ବାସ୍ଥ୍ୟସେବା ସୁନିଶ୍ଚିତ ହୋଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶରେ ଏକ ବିପ୍ଳବ ଆଣିଛି। 5T ହାଇସ୍କୁଲ ରୂପାନ୍ତରଣ ଆଜି ଆମ ପିଲାମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି। ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ସୃଷ୍ଟି କରିଛି। ସେ ଶିକ୍ଷା ହେଉ ବା କ୍ରୀଡ଼ା ବା ସ୍ୱାସ୍ଥ୍ୟ ବା କୃଷି ସବୁ କ୍ଷେତ୍ରରେ ଓଡ଼ିଶା ଏକ ନୂଆ ପରିଚୟ ନେଇ ଆଗକୁ ବଢ଼ୁଛି।

 
Chief Minister Shri Naveen Patnaik

ବିଜୁ ଜନତା ଦଳର ମାଲିକ ହେଉଛନ୍ତି ଓଡ଼ିଶାବାସୀ। ଆମର ଦିଲ୍ଲୀରେ କେହି ମାଲିକ ନାହାନ୍ତି। ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ ଓଡ଼ିଶବାସୀଙ୍କ ଇଛାରେ। ଓଡ଼ିଶାର ହକ୍‍ ପାଇଁ। ଆମ କାମ ପାଇଁ, ଆମେ କେବଳ ଓଡ଼ିଶାବାସୀଙ୍କ ପାଖରେ ହିଁ ଉତ୍ତର ଦାୟୀ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଏ ସଫଳତା ପଛରେ ଅଛନ୍ତି ଏକ ସମୃଦ୍ଧ, ସଶକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତ୍ୟକ ଓଡ଼ିଶାବାସୀ। ସେହିମାନଙ୍କୁ ସାଥିରେ ଧରି ବିଜୁ ଜନତା ଦଳ ଶହ ଶହ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିଚାଲିବ।

ବିଜୁବାବୁଙ୍କ ଆଦର୍ଶରେ ଗଠିତ, ସାଢେ଼ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ଦଳ, ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ,ଓଡ଼ିଶାବାସୀଙ୍କ ବିଶ୍ବାସ ଓ ଲକ୍ଷ ଲକ୍ଷ କର୍ମୀ ଭାଇଭଉଣୀଙ୍କ ପରିଶ୍ରମ ଯୋଗୁଁ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି। ଏହି ସାମାଜିକ ଆନ୍ଦୋଳନର ଆତ୍ମା ହେଉଛନ୍ତି ଆମର ଯୁବକ ଓ ମହିଳାମାନେ। ଏକ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଏବଂ ନବୀନ ଓଡ଼ିଶା ଗଠନ କରିପାରିବ। ତେଣୁ ଆମର ପ୍ରିୟ ଓଡ଼ିଶା ପାଇଁ ଏହି ସାମାଜିକ ଆନ୍ଦୋଳନରେ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ଆମେ ଆହ୍ଵାନ କରୁଛୁ।