ମହିଳା ଓ ବାଳିକାଙ୍କ ବିକାଶ ପାଇଁ ନବୀନଙ୍କ ଘୋଷଣା

Naveen announced sops for women, girls

 Published : ଓଡ଼ିଶା ସନ୍ ଟାଇମ୍ସ

/  

08-Apr-2019  

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ମହିଳା ଓ ବାଳିକାଙ୍କ ବିକାଶ ପାଇଁ ଅନେକ ସୁବିଧା ସୁଯୋଗ ସମ୍ପର୍କରେ ନୂଆପଡାଠାରେ ଘୋଷଣା କରିଛନ୍ତି। ସଭାପତି କହିଛନ୍ତି ଦଳ ସରକାରକୁ ଆସିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଚିକିତ୍ସା ସହାୟତା ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସହିତ ମିଶନ ଶକ୍ତି ଯୋଜନାରେ ମହିଳା ମାନଙ୍କୁ କାମ ମିଳିବାର ଦୃଢ ପ୍ରତିଶ୍ରୁତି ଦେଇଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାର ପ୍ରତିଶ୍ରୁତି ସେ ଦେଇଛନ୍ତି।  ସେହିପରି ବାଳିକା ମାନଙ୍କୁ ପ୍ରାଥମିକ ସ୍ତରରୁ ମେଡିକାଲ, ଜିନିୟରିଂ ଭଳି ବୃତ୍ତିଗତ ଉଚ୍ଚଶିକ୍ଷା ମଗଣାରେ ପ୍ରଦାନ କରାଯିବ। ଗରିବ ଲୋକଙ୍କ ଝିଅ ବିଭାଗର ପାଇଁ ୨୫୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଦଳର ସଭାପତି ଘୋଷଣା କରିଛନ୍ତି।

Other News