ମୁଖ୍ୟମନ୍ତ୍ରୀଙ୍କ ଦୃଢୌକ୍ତି ୨ଲକ୍ଷ୫୦ହଜାର କୋଟି ଟଙ୍କାର ପୁଞ୍ଜି ୨୦୨୫ ସୁଦ୍ଧା ଓଡିଶାରେ ବିନିଯୋଗ ହେବ

CM asserted Rs 2 Lakh50 thousand crore investment by 2025

 Published : ଓମକମନିୟୁଜ

/  

01-Dec-2016  

ଓଡିଶା ସରକାରଙ୍କର ଶିଳ୍ପ ବିକାଶ ଯୋଜନା ଭିଜନ- ୨୦୨୫ ଅନୁଯାୟୀ ଆସନ୍ତା ୨୦୨୫ ସୁଦ୍ଧା ରାଜ୍ୟକୁ ମୋଟ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ସୁଯୋଗ ଆସିବ ଏବଂ ଏହି ପୁଞ୍ଜି ବିନିଯୋଗ ଫଳରେ ରାଜ୍ୟରେ ୩୦ ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟିକରିବ ବୋଲି ମେକ୍ ଇନ୍ ଓଡିଶା ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ପୁଞ୍ଜି ବିନିବେଶ କ୍ଷେତ୍ରରେ ମେକ୍ ଇନ୍ ଓଡିଶାର ଏହି ସମ୍ମିଳନୀକୁ ଏକ ଐତିହାସିକ ସମ୍ମିଳନୀ ଭାବେ ଅଭିହୀତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯୋ ମାନୁଫ୍ୟାକଚରିଂ କ୍ଷେତ୍ରରେ ଓଡିଶା କେନ୍ଦ୍ରବିନ୍ଦୁରେ ପରିଣତ ପାଇଁ ଆଗେଇ ଚାଲିଛି।ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ନିତୀ ଭିଜନ-୨୦୨୫ ପ୍ରସ୍ତୁତି କରାଯାଇଛି ଯେଉଁଥିରେ ବିକାଶ ପାଇଁ ରାଜ୍ୟର ୫ ଟି ବିଭାଗ ଉପରେ ଗୁରୁତ୍ବାରୋପ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Other News