ଅରୁଣ ଜେଟଲୀ କହିଲେ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ଦେଶର ବିକାଶ କ୍ଷେତ୍ରରେ କଷଟି ପଥର

Arun Jaitley says Odishas economic transformation touchstone of Indias growth

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଜ୍ୟର ସର୍ବବୃହତ ପୁଞ୍ଜି ନିବେଶ ସମ୍ମିଳନୀ, ମେକ୍ ଇନ୍ ଓଡିଶା କନକ୍ଲେଭରେ ଉଦବୋଧନ ଦେଇ କହିଥିଲେ ଯେ, ଓଡିଶା ପୂର୍ବଭାରତର ଅନ୍ୟତମ ରାଜ୍ୟ ହେଇଥିବାରୁ ଏହାର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ବୋଲି ସାଧାରଣତଃ ଧରାଯାଇଥାଏ। ମାତ୍ର ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ଅର୍ଥନୈତିକ ଅନଗ୍ରସରଙ୍କ  ସଂଖ୍ୟା ଅଧାକୁ ହ୍ରାସ ପାଇଛି । ଓଡିଶାର ଏହି ଭଳି ଦୃତ ଅଭିବୃଦ୍ଧି ଜାତୀୟ ଅଭିବୃଦ୍ଧି ହାର ଠାରୁ ଆଗରେ ରହିଛି ଏବଂ ଆସନ୍ତା ଦେଢ ଦଶନ୍ଧି ମଧ୍ୟରେ ଦାରିଦ୍ର ଦୂରୀକରଣ ଏକ ଉଲେଖନୀୟ ସ୍ଥିତିକୁ ଆଣିବା କ୍ଷେତ୍ରରେ ଓଡିଶା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଜେଟଲୀ କହିଥିଲେ।

Other News