ଓଡିଶାର ଦାବୀ, କୋଇଲା ରୟାଲଟି ସଂଶୋଧନ କର

Odisha seeks revision of coal royalty

କୋଇଲା ରୟାଲଟି ବୃଦ୍ଧି  ଏବଂ କେନ୍ଦ୍ରୀୟ ବିକ୍ରିକର ପର୍ଯ୍ୟାୟ କ୍ରମେ ହ୍ରାସ କରାଯାଇ, ଦ୍ରବ୍ୟ ଓ ସେବାକର ଲାଗୁ କରାଯିବା ପର୍ଯ୍ୟନ୍ତ ହୋଇଥିବା କ୍ଷତିର ଭରଣା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ  ପ୍ରାକ୍ ବଜେଟ ଆଲୋଚନା ବେଳେ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରାଯାଇଛି।କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଦ୍ବାରା ଆହୂତ ଏବଂ ଦିଲ୍ଲୀରେ ଅନୁଷ୍ଠିତ ପ୍ରାକ୍ ବଜେଟ ଆଲୋଚନାରେ ଭାଗନେଇ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ, କୋଇଲା ରୟାଲଟି ହାର ୧୪ ପ୍ରତିଶତ ଆଡଭଲୋରିମ ବ୍ୟବସ୍ଥାରେ ରହିଛି। କେନ୍ଦ୍ର କୋଇଲା ମନ୍ତ୍ର୍ରଣାଳୟ ଦ୍ବାରା କୋଇଲା ରୟାଲଟି ସମ୍ପର୍କ ଅନୁଧ୍ୟାନ ପାଇଁ ଗଠିତ କମିଟି ଗଠିତ ହୋଇଥିଲା। ୨୦୧୪ ଜୁଲାଇ ୨୧ ତାରିଖରୁ କୋଇଲା ରୟାଲଟି ବୃଦ୍ଧି ପାଇଁ ଏହି କମିଟି ମତ ଦେଇଥିଲା ବେଳେ ତାହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ ଏବଂ ୨୦୧୨ ମସିହାରେ ଶେଷ କୋଇଲା ରୟାଲଟି ସଂଶୋଧନ ହୋଇଥିଲା ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ।

Other News