Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/14-Aug-2017
ଓଡିଶା ପୁଲିସର ବୋନିତା ଲାକ୍ରା ଓ ବିଘ୍ନରାଜ ମିରିଡିଆ ବିଶ୍ବ ପୁଲିସ କ୍ରୀଡା ପ୍ରତିଯୋଗୀତାରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟକୁ ଗୌରବନ୍ବୀତ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଟ୍ବିଟରରେ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ବ କ୍ରୀଡାରେ ପଦକ ଜିଣିଥିବାରୁ ଓଡିଶା ପୁଲିସର ଗୌରବରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି। ଲସ୍ ଆଞ୍ଜଲେସ୍ ଠାରେ ଅନୁଷ୍ଠିତ ବିଶ୍ବ ପୁଲିସ କ୍ରୀଡା ପ୍ରତିଟୋଗୀତାରେ ଧାବିକା ବୋନିତା ସ୍ବର୍ଣ୍ଣ ପଦକ ଜିତିଥିଲାବେଳେ ବିଘ୍ନରାଜ ବ୍ରୋଞ୍ଜ ପଦକ ଜିତିଛନ୍ତି।