ଗୁଣ୍ଡାଗିରି, ମିଥ୍ୟା ପ୍ରଚାର ବିଜେପିର ମୁଖ୍ୟ ଏଜେଣ୍ଡା ହୋଇଛି :ନବୀନ

Hooliganism, false propaganda chief agendas of BJP, said Naveen

 Published : ଓଡ଼ିଶା ସନ୍ ଟାଇମ୍ସ

/  

22-Apr-2019  

ଏପ୍ରିଲ ୨୯ ତାରିଖରେ ହେବାକୁ ଥିବା ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ  ପ୍ରଚାର ଆରମ୍ଭ କରି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆକ୍ରମଣାତ୍ମାକ ଢଙ୍ଗରେ ଅଭିଯୋଗ କରି କହିଛନ୍ତି, ସମ୍ପ୍ରତି ନିର୍ବାଚନରେ ବିଜେପିର ଗୁଣ୍ଡାଗିରି ହେଉଛି ମୁଖ୍ୟ ଏଜେଣ୍ଡା। ଜଗତସଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ନିଆଳିଠାରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ ସଭାପତି କହିଛନ୍ତି ମିଥ୍ୟାପ୍ରଚାର, ହିଂସାକାଣ୍ଡ ଏବଂ ଗୁଣ୍ଡାଗିରି ହେଉଛି ବିଜେପିର ମୁଖ୍ୟ ଏଜେଣ୍ଡା। ବିଜେପି ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତି ମାନଙ୍କୁ ନିର୍ବାଚନ ଲଢିବାପାଇଁ ଟିକେଟ ଦେଇଛି। ଭୋଟର ମାନେ ଏହାର ଉଚିତ ଜବାବ୍ ଦେବେ ବୋଲି ସେ କହିଛନ୍ତି।

Other News