‍ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ କାର୍ଯ୍ୟଧାରା ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ

Biju Patnaiks life and works to be part of school syllabus

ଓଡିଶାର ସ୍କୁଲ ଛାତ୍ର ଛାତୀ ମାନେ ଖୁବ୍ ଶିଘ୍ର ପ୍ରବାଦ ପୁରୁଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ ଦୁଃସାହସିକ କାର୍ଯ୍ୟ ସମ୍ପର୍କରେ ଜାଣିବାକୁ ପାଇବେ। ଦେଶର ସ୍ବାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକା ଏବଂ ଏକଦା ସଙ୍କଟରେ ଥିବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରି ଅଦମ୍ୟ ସାହସର ପରିଚୟ ଦେଇଥିଲେ। ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ ବୀରତ୍ବର କାହାଣୀ ପାଠ୍ୟ ପୁସ୍ତକରେ ସ୍ଥାନୀତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ ତାଙ୍କ ଜୀବନୀ ହାଇସ୍କୁଲ ପାଠ୍ୟକ୍ରମରେ ସ୍ଥାନୀତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ଭଳି କାର୍ଯ୍ୟକ୍ରମ ପ୍ରବାଦ ପୁରୁଷଙ୍କ ପ୍ରତି ରାଜ୍ୟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି।

Other News