ନବୀନ ପଟ୍ଟନାୟକଙ୍କ ସରକାର ବୈଷୟିକ ଜ୍ଞାନକୌଶଳ ଓ ସୋସିଆଲ ମିଡିଆ ମାଧ୍ୟମରେ ଜନ ସମସ୍ୟାର ଆଶୁ ସମାଧାନରେ ଅଗ୍ରଣୀ

CM Naveen Patnaiks gov2.0 mantra to solve peoples problems

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସମସ୍ୟା ଗୁଡିକର ଆଶୁ ସମାଧାନ ପାଇଁ ଗତ ବର୍ଷ ସୋସିଆଲ ମିଡିଆ ଅଭିଯୋଗ ପ୍ରକୋଷ୍ଠ ଆରମ୍ଭ କରିଥିଲେ ହେଁ ଏହାର ପ୍ରଭାବର ବ୍ୟାପକତା ଅନୁଭୂତ ହୋଇଛି। ସୋସିଆଲ ମିଡିଆ ଅଭିଯୋଗ ପ୍ରକୋଷ୍ଠ ଏ ମଧ୍ୟରେ ୨୫୦୦ ଅଭିଯୋଗର ପଞ୍ଜିକରଣ କରିଥିବାବେଳେ ସେଥି ମଧ୍ୟରୁ ୨୩୦୦ ଅଭିଯୋଗର ସମାଧାନ ହୋଇଥିବା ଜଣାପଡିଛି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ଏକ ଅଧିକାରୀ ଦଳ ଅତ୍ୟାଧୁନିକ ସୋସିଓମେଟିକ୍ ସଫ୍ଟଓୟାର ବ୍ୟବହାର କରି ଅଭିଯୋଗ ଗୁଡିକ ପ୍ରତି ନଜର ରଖିଛନ୍ତି। ଫେସବୁକ୍ କିମ୍ବା ଟ୍ବିଟରେ ଭଳି ସୋସିଆଲ ମିଡିଆ ମୁଖ୍ୟମନ୍ତ୍ରୀ କିମ୍ବା ସିଏମଓ ଙ୍କୁ ଅଭିଯୋଗ ଆସିବା ମାତ୍ରେ ତାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଯାଇଛି।

Other News