Published : ଓଡ଼ିଶା ସନ୍ ଟାଇମ୍ସ
/03-Jun-2019
ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଜୁନ୍ ୮ ତାରିଖରେ ନୂଆ ଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତକାଳରେ ସଭାପତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ମେ ୨୯ ନିର୍ବାଚନ ପରେ ପ୍ରଧାନ ମନ୍ତ୍ରୀଙ୍କୁ ସାକ୍ଷାତ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ସମୟରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କ୍ଷେତ୍ରରେ ଥିବା ଦୀର୍ଘ ଦିନର ଦାବି ପ୍ରସଙ୍ଗ ଏବଂ କୋଇଲା ରୟାଲଟି ରିଭିଜନ ପ୍ରସଙ୍ଗ ପ୍ରସଙ୍ଗ ଉତଥାପନ କରିବେ।