ମୋ ସରକାରରେ ସାମିଲ ହେଲା 'ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ'

Pachayati Raj & Drinking Water Department comes under Mo Sarkar

 Published : ଦି ନ୍ୟୁଜରୁମ

/  

12-Feb-2020  

ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 'ମୋ ସରକାର' କାର୍ଯ୍ୟକ୍ରମରେ ସାମିଲ ହୋଇଛି 'ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ'। ରାଜ୍ୟର ସମସ୍ତ ବ୍ଲକ ଓ ଡିଆରଡିଏ 'ମୋ ସରକାର' ଅଧୀନକୁ ଆସିବା ଦ୍ୱାରା ରାଜ୍ୟର ପାଖାପାଖି ୮୩% ଲୋକ ଉପକୃତ ହେବେ।

ବିଭାଗ ଦ୍ଵାରା କରାଯାଇଥିବା ପକ୍କା ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ ପରି ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟର ସେ ପ୍ରଶଂସା କରିଛନ୍ତି। ବିଭାଗର କାର୍ଯ୍ୟକୁ ଆହୁରି ତ୍ୱରିତ ଓ ଲୋକାଭିମୁଖୀ କରିବା ସହ ଲୋକଙ୍କ ମତାମତ ଆଧାରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ପେଶାଦାର ମନୋଭାବ ପ୍ରତିଷ୍ଠା କରିବାରେ 'ମୋ ସରକାର' ସଫଳ ହେବ ବୋଲି ସେ କହିଛନ୍ତି।

Other News