ମୁଖ୍ୟମନ୍ତ୍ରୀଙ୍କ ସୂଚନା, ବର୍ଷକ ମଧ୍ୟରେ ସମସ୍ତ ପୌରାଞ୍ଚଳର ପ୍ରତ୍ୟେକ ଗୃହକୁ ହେବ ପାନୀୟ ଜଳ ଯୋଗାଣ

Drinking water for every house of all ULBs in a year: CM

 Published : ଓଡିଶା ସନ୍ ଟାଇମ୍ସ

/  

20-Oct-2017  

ରାଜ୍ୟର ସମସ୍ତ ପୌରାଞ୍ଚଳର ପ୍ରତ୍ୟେକ ଗୃହକୁ ପାନୀୟ ଜଳ ଯୋଗାଣ କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକର ଇନଡୋର ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ଭିଡିଓ କନଫରେସିଂ ମାଧ୍ୟମରେ ୧୮୨ ଟି ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିଥିବା ବେଳେ ୫୫୫ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଉତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ରାଜ୍ୟର ୧୧୩ ପୌରାଞ୍ଚଳରେ ଥିବା ସମସ୍ତ ଲେନ୍, ପ୍ରତ୍ୟେକ ଜନବସତିକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଯୋଜନା କରାଯାଉଛି। ଆସନ୍ତା ବର୍ଷକ ମଧ୍ୟରେ ଏହି ସମସ୍ତ ପ୍ରକଳ୍ପର କାର୍ଯ୍ୟ ସରିବ। ଏଥିରେ ମୁଖ୍ୟତଃ ପୌରାଞ୍ଚଳର ଜନ ସାଧାରଣ ଉପକୃତ ହେବେ। ଏଥିପୂର୍ବରୁ ରାଜଧାନୀର ପଳାଶୁଣି ଠାରେ ୬୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଜଳ ପରୀକ୍ଷାଗାରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ।

Other News