ମିଥ୍ୟା ସତ୍ୟପାଠ ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଇସ୍ତଫା ଦାବୀକଲା ବି‍ଜେଡି

BJD calls for Jual Orams resignation over false poll affidavit

 Published : ଓଡିଶା ସନ୍ ଟାଇମ୍ସ

/  

29-Jul-2017  

ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଖର୍ଚ୍ଚର ହିସାବରେ କୌଣସି ଅନିୟମିତତା ନାହିଁ ବୋଲି ଦାବୀ କରାଯିବାର ଗୋଟିଏ ଦିନ ପରେ ଆଜି ଦଳ ପକ୍ଷରୁ ଭାରତୀୟ ଜନତା ପାର୍ଟି ବିରୋଧରେ ସ୍ବର ଶାଣିତ କରାଯିବା ସହିତ କେନ୍ଦ୍ର ଅଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଇସ୍ତଫା ଦାବୀ କରଯାଇଛି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମଙ୍କ ନିର୍ବାଚନ ଖର୍ଚ୍ଚ ହିସାବରେ ତାଳମେଳ ନଥିବାରୁ ସେ ନୈତିକତା ଦୃଷ୍ଟିରୁ  ଇସ୍ତଫା ପ୍ରଦାନ କରିବା ଆବଶ୍ୟକ ବୋଲି ଦଳ ପକ୍ଷରୁ ଦାବୀ କରାଯାଇଛି। ବିଜେପିର ପ୍ରାର୍ଥି ଭାବେ ରାଜ୍ୟରୁ ଜିତିଥିବା ଏକ ମାତ୍ର ସାଂସଦ ଶ୍ରୀ ଓରାମ ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ନିର୍ବାଚନ କମିଶନଙ୍କ ନିକଟରେ ଭୁଲତଥ୍ୟ ଉପସ୍ଥାପନ କରିଛନ୍ତି ବୋଲି ତାଙ୍କ ସତ୍ୟପାଠରୁ ଜଣାପଡିଛି।

Other News