ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ଚିଠା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Naveen Dedicates Draft Architectural Plan of  Jagannath Heritage Corridor

 Published : ଦି ନ୍ୟୁଜ ରୁମ

/  

30-Dec-2019  

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ଚିଠା ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଐତିହ୍ୟ କରିଡର ପାଇଁ ଜମି ଦାନ କରିଥିବା ମଠ ଓ ବ୍ୟକ୍ତି ବିଶେଷମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ନାମ ଫଳକରେ ସବୁଦିନ ପାଇଁ ସ୍ଥାନିତ ହେବ ବୋଲି କହିଛନ୍ତି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଶୃଙ୍ଖଳିତ ଧାଡି ବ୍ୟବସ୍ଥା ସହ ଜଗନ୍ନାଥଙ୍କ ବିଭିନ୍ନ ବେଶ ଓ ଜଗନ୍ନାଥ ସଂସ୍କୃତି ପ୍ରସାରକୁ ସରକାର ଗୁରୁତ୍ଵ ଦେଇଛନ୍ତି। ଏଥି ପାଇଁ ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଦର୍ଶନ ପାଇଁ ସ୍ଵତନ୍ତ୍ର ଆୟୋଜନ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।

Other News