Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/08-Nov-2017
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଃସ୍ବାର୍ଥପର ସେବା ପାଇଁ ଚଳିତ ବର୍ଷଠାରୁ ଉତ୍କଳମଣି ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି କ୍ରମରେ ମାଲକାନାଗିରି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ଏକ ପ୍ରସୁତିଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବାରେ ଡାକ୍ତର ଓମକାର ହୋତା ସହଯୋଗ କରି ଏକ ଉଦାହରଣ ସୃଷ୍ଟିକରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।