ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ, ରାଜ୍ୟର ଦୀର୍ଘତମ ସେତୁ ଦ୍ବୈତ ସହରକୁ ସଂଯୋଗ କଲା

States longest bridge to link twin cities opens

କଟକ ଓ ଭୁବନେଶ୍ବର ସହରକୁ ସଂଯୋଗ କରୁଥିବା ଦ୍ବତୀୟ ସେତୁକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ୨.୮୧ କିଲୋ ମିଟର ଦୈଘ୍ୟ,ରାଜ୍ୟର ଏହି ଦୀର୍ଘତମ ସେତୁକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ କରାଯାଇଛି। ପ୍ରାୟ ୧୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ କାଠଯୋଡି ନଦୀ ଉପରେ ନିର୍ମିତ କରାଯାଇଥିବା ବେଳେ ନିର୍ମାଣ ପାଇଁ ୬ ବର୍ଷ ସମୟ ଲାଗିଥିଲା। ସେତୁ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେତୁ ଉପରେ କିଛି ସମୟ ଚାଲୁ ଚାଲୁ କହିଥିଲେଯେ, ଏହି ନୂତନ ସେତୁ ରାଜ୍ୟର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହୋଇ ରହିବ

Other News