ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ ପାଇଁ ନବୀନଙ୍କ ଏକାମ୍ର କ୍ଷେତ୍ର ଯୋଜନା

Odisha Govt To Take Up Nine Projects For Lingaraj Temple Beautification

 Published : ସମ୍ବାଦ-ଇଂଲିସ

/  

12-Dec-2019  

 

ନୂଆ ରୂପ ନେବ ଲିଙ୍ଗରାଜ ମନ୍ଦିରର ପରିପାର୍ଶ୍ଵିକ ଅଞ୍ଚଳ। ଲକ୍ଷ ଲକ୍ଷ ଭକ୍ତଙ୍କ ଶ୍ରଦ୍ଧା ଓ ବିଶ୍ଵାସର ପ୍ରତୀକ ଲିଙ୍ଗରାଜ ମନ୍ଦିରର ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକରଣ, ଐତିହ୍ୟର ସଂରକ୍ଷଣ ସହ ପର୍ଯ୍ୟଟକଙ୍କ ଲାଗି ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ଏକାମ୍ର କ୍ଷେତ୍ର’ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ଜୀବିକା ହରାଇଥିବା ଉଠା ଦୋକାନୀ, ଉଚ୍ଛେଦ ହୋଇଥିବା ଦୋକାନ ଘରର ବ୍ୟବସାୟୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ଉପଯୁକ୍ତ ଥଇଥାନ କରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିର ପରି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ମଧ୍ୟ ସ୍ଵତନ୍ତ୍ର ଆଇନ ପ୍ରଣୟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Other News