ଓଡିଶା ମୁଖ୍ୟମନ୍ତ୍ରୀ ୧୨୦୦୦ କୋଟି ଟଙ୍କାର ୧୫ ଟି ପ୍ରକଳ୍ପର ଶୁଭାରମ୍ଭ କଲେ

Odisha CM inaugurates 15 Projects worth Rs.12000 cr

 Published : ବିଜନେସ୍ ଲାଇନ୍

/  

16-Nov-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୧,୬୯୦ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ୧୫ ଟି ଶିଳ୍ପ ପ୍ରକଳ୍ପର ଭିଡିଓକନଫରେସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭା କରାଯାଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ୯୪୫୯.୧୭ କୋଟି ଟଙ୍କାର ପାରାଦ୍ବୀପ ଫସଫେଟ କାରଖାନାର ସମ୍ପ୍ରସାରଣ କାର୍ଯ୍ୟକ୍ରମ ଥିବାବେଳେ, ବାଲେଶ୍ବରଠାରେ ୯୦୦ କୋଟି ଟଙ୍କା ବନିଯୋଗରେ ଫାଲକନ୍ ମେରାଇନ୍ ପ୍ରଡକ୍ଟ ଲିମିଟେଡ ରହିଛି। ଶୁଭାରମ୍ଭ କରାଯାଇଥିବା ମୋଟ ୧୫ ଟି ପ୍ରକଳ୍ପରେ ୮୮୦୦ ଲୋକଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟିହେବ। ପ୍ରକଳ୍ପ ଗୁଡିକ ମଧ୍ୟରେ ମୁଖ୍ୟତଃ ସାର, ସିମେଣ୍ଟ, ଖାଦ୍ୟ ପ୍ରକ୍ରୀୟା କରଣ, ସୌର ଶକ୍ତି, ଜୈବ ପ୍ରଯୁକ୍ତି, ସାମୁଦ୍ରିକ ଉତ୍ପାଦ ଏବଂ ବିଦ୍ୟୁତ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ କରାଯାଇଛି।

Other News