Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/07-Nov-2017
ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କପାଇଁ ସହାୟତା ଘୋଷଣା କରିବାର ଗୋଟିଏ ଦିନପରେ ରାଜ୍ୟ ସରକାର ପୋକ ଆକ୍ରମଣରେ ଫସଲହାନିକୁ ପ୍ରାକୃତିକ ବିପର୍ଯ୍ୟୟଭାବେ ଗ୍ରହଣକରି ମରୁଡି ଭଳି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ପ୍ରଦାନ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟତାରେ ଅନୁଷ୍ଠିତ କୃଷି କ୍ୟାବିନେଟ ବୈଠକରେ ନାମମାତ୍ର ଚାଷୀ, କ୍ଷୁଦ୍ରଚାଷୀଙ୍କ ଭଳି କ୍ଷେଉଁମାନଙ୍କର ପୋକ ପାଇଁ ଫସଲହାନି ଘଟିଛି ଏବଂ ପୋକ ଆକ୍ରମଣରେ ଯେଉଁ ଚାଷୀଙ୍କର ୩୩ ପ୍ରତିଶତ ଫସଲ ହାନି ହୋଇଛି ସେମାନଙ୍କର ପାଇଁ ରାଜ୍ୟ ସରକାର ପ୍ୟାକେଜ ମଞ୍ଜୁର କରିଛନ୍ତି।