ଜଙ୍ଗଲ ସମ୍ପଦର ସୁରକ୍ଷା ଓ ଉଜୁଡା ଜଙ୍ଗଲର ପୁର୍ନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

Steps to preserve forest wealth

 Published : ଟେଲିଗ୍ରାଫ

/  

22-Mar-2017  

ଜଙ୍ଗଲ ସମ୍ପଦର ସୁରକ୍ଷା ଓ ଉଜୁଡା ଜଙ୍ଗଲର ପୁର୍ନରୁଦ୍ଧାର ପାଇଁ ରାଜ୍ୟ ସରକାର ଗୁରୁତ୍ବ ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଶ୍ବ ବନ ଦିବସ-୨୦୧୭ ଉପଲକ୍ଷେ ଆୟୋଜିତ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଉଜୁଡା ଜଙ୍ଗଲରେ ଚାରା ରୋପଣ କରାଯାଇ ସେଠାରେ ପୁର୍ନବାର ଜଙ୍ଗଲ ସୃଷ୍ଟି କରାଯିବା ସହିତ ରାଜ୍ୟ ସରକାରଙ୍କର ଗ୍ରୀନ ଓଡିଶା ମିଶନ ମାଧ୍ୟମରେ ରାଜ୍ୟରେ ଜଙ୍ଗଲ ସମ୍ପଦର ଅଭିବୃଦ୍ଧି କରାଯିବ। ଏହି କାର୍ଯ୍ୟକ୍ରମ ୨୦୧୩-୧୪ ରୁ ଆରମ୍ଭ କରାଯାଇଥିଲା ଏବଂ ୨୦୧୭ ମଧ୍ୟରେ ରାଜ୍ୟରେ ୪୪.୫୨ କୋଟି ଚାରା ରୋପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Other News