Published : ଓଡିଶା ପୋଷ୍ଟ
/07-Jul-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ କରିବା ଓ ନୀତିକାନ୍ତି ନିର୍ଘଣ୍ଟ ସମୟ ଅନୁଯାୟୀ ସମାପନ ହେବା କ୍ଷେତ୍ରରେ ଶ୍ରୀମନ୍ଦିରର ସେବାୟତ ଓ ପୁରୀ ସହରବାସୀଙ୍କ ସହଯୋଗ ଲୋଡିଛନ୍ତି। ରଥଯାତ୍ରା ପାଇଁ ଅନୁଷ୍ଠିତ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ସହ ଅଗ୍ରଗତି ସମ୍ପର୍କରେ ପୁରୀ ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟରେ ଆଲୋଚନା କରିଛନ୍ତି।