ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ର ନିକଟରେ ଦାବୀ, ବ୍ରହ୍ମଣୀ ନଦୀରେ ଦ୍ବିତୀୟ ପୋଲ ନିର୍ମାଣ କର

CM urges Centre to build second bridge over the Brahmani

 Published : ଟାଇମ୍ସ ଅଫ ଇଣ୍ଡିଆ

/  

25-May-2017  

 ସୁନ୍ଦରଗଡ ଜିଲ୍ଲାର ପାନପୋଷ ଠାରେ ବ୍ରହ୍ମଣୀ ନଦୀ ଉପରେ ଥିବା ପୋଲଟି ଅତି ଖରାପ ଅବସ୍ଥାକୁ ଚାଲିଆସିଥିବାରୁ ସେଠାରେ ଦ୍ବିତୀୟ ପୋଲ ନିର୍ମାଣ କରିବାକୁ ମୁଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଠାରେ ଦାବୀ କରିଛନ୍ତି। କେନ୍ଦ୍ର ସଡକ ପରିବହନ ଏବଂ ହାଇୱେ ମନ୍ତ୍ରୀ ଶ୍ରୀ ନିତିନ୍ ଗଡକରୀଙ୍କୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀ  ଅନୁରୋଧ କରିଛନ୍ତି ଯେ, ଜାତୀୟ ରାଜପଥ ୧୪୩ ର ପାନପୋଷ ଠାରେ ବ୍ରାହ୍ମଣୀ ନଦୀ ଉପରେ  ଥିବା ପୋଲଟି ବହୁ ପୁରୁଣା , ଶୋଚନୀୟ ଓ ଦଦରା ଅବସ୍ଥାରେ ରହିଛି। ସାଧାରଣ ଲୋକଙ୍କ ସ୍ବାର୍ଥ ଓ ଯାନ ବାହନ ଯାତାୟତକୁ ଦୃଷ୍ଟିରେ ରଖି ଏହି ସେତୁର ତୁରନ୍ତ ନିର୍ମାଣ ଆବଶ୍ୟକ ହୋଇପଡିଛି।  ତୁରନ୍ତ ପୋଲ ନିର୍ଦିମାଣ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Other News