ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ କେନ୍ଦ୍ରାପଡାର ପୁର୍ନଃ ନିର୍ମାଣ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

CM announced restoration support package for FANI-hit Kendrapara

 Published : ଓଡିଶା ସନ୍ ଟାଇମ୍ସ

/  

16-May-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାତ୍ୟା ଫନୀ ଦ୍ବାରା କ୍ଷତିଗ୍ରସ୍ତ କେନ୍ଦ୍ରାପଡା ଜିଲ୍ଲାର କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲା ଅଧିକାରୀ ମାନଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି। କେନ୍ଦ୍ରାପଡାର ପୁନଃନିର୍ମାଣ କାର୍ଯ୍ୟକ୍ରମରେ ସମ୍ବେଦନଶୀଳ ସ୍ଥାନମାନଙ୍କରେ, ପ୍ରତି ଆଶ୍ରୟସ୍ଥଳି ପାଇଁ ୨ କୋଟି ଟଙ୍କା ବ୍ୟୟରେ ୩୦ ଟି ବାତ୍ୟା ଆଶ୍ରୟସ୍ଥଳି ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏତଦ୍ ବ୍ୟତିତ କ୍ଷତିଗ୍ରସ୍ତ  ଅଙ୍ଗନୱାଡି କେନ୍ଦ୍ର, ସ୍କୁଲଘର ଏବଂ ସେହିଭଳି ଜନ ସାଧାରଣ ବ୍ୟବହାର କରୁଥିବା ଅନୁଷ୍ଠାନ ଗୁଡିକର ମରାମତି ପାଇଁ ପ୍ରତ୍ୟେକ ଅନୁଷ୍ଠାନ ପାଇଁ ୨ ଲକ୍ଷ ଟଙ୍କାକରି ଯୋଗାଇ ଦିଆଯିବା ପାଇଁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Other News