ଜିଲ୍ଲାପାଳ କର୍ମଶାଳା, ତିନି ଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

Collectors’ workshop, CM asks to focus on 3Ts formula

 Published : ଓଡିଶା ସନ୍ ଟାଇମ୍ସ

/  

11-Jun-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କର ସଚିବାଳୟଠାରେ ଅନୁଷ୍ଠିତ  ତିନିଦିନିଆ କର୍ମଶାଳାରେ ଉଦବୋଧନ ଦେଇ ତିନି " ଟି "ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ସେ କହିଥିଲେଯେ ଜିଲ୍ଲାପାଳମାନେ ଟେକ୍ନୋଲୋଜି (ଅତ୍ୟାଧୁନିକ ବୈଷୟକ ଜ୍ଞାନ କୌଶଳ), ଟିମ ୱାର୍କ (ଗୋଷ୍ଠିଗତ କାର୍ଯ୍ୟ) ଓ ଟ୍ରାନ୍ସପରେନ୍ସି ( ସ୍ବଚ୍ଛତା ) ଭିତିରେ କାର୍ଯ୍ୟକଲେ କଲ୍ୟାଣକାରୀ ଯୋଜନାର ସୁଫଳ ତ୍ବରୀତ ଓ ସଠିକ୍ ଭାବେ ଜନସାଧାରଣଙ୍କ ପାଖରେ ପହଞ୍ଚି ପାରିବ।  ଜିଲ୍ଲାପାଳମାନଙ୍କର ଉଦ୍ୟମ ଫଳରେ ସମାଜରେ ପରିବର୍ତ୍ତନ ଆସିବା ସହିତ ସେବା ପ୍ରଦାନ ତ୍ବରୀତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।

Other News