କଟକ ରିଙ୍ଗ ରୋଡ଼କୁ ସମ୍ପ୍ରସାରଣ କରି ଛଅ ଥାକିଆ କରାଯିବା ସହ କଟକ ଏସସିବି ମେଡିକାଲ କଲେଜର ଉନ୍ନତିକରଣ ପାଇଁ ମାର୍ଚ୍ଚରୁ ଆରମ୍ଭ ହେବ

CM On The Spot: Naveen Reviews New SCB Complex Project, Announces Special Development Package For Cuttack

 Published : ଦି ନ୍ୟୁଜ ରୁମ

/  

23-Jan-2020  

କଟକ ସହରବାସୀଙ୍କୁ ଦୈନନ୍ଦିନ ଟ୍ରାଫିକ ସମସ୍ୟାରୁ ମୁକ୍ତି ଦେବା ପାଇଁ ରିଙ୍ଗ ରୋଡ଼କୁ ସମ୍ପ୍ରସାରଣ କରି ଛଅ ଥାକିଆ କରାଯିବ। ଏଥିସହ ରାଜ୍ୟର ସ୍ଵାସ୍ଥ୍ୟସେବାରେ ପ୍ରମୁଖ ଭୂମିକା ନେଇଥିବା ଏସସିବି ମେଡିକାଲ କଲେଜର ସଂପ୍ରସାରଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।  ପୁନରୁଦ୍ଧାର ହୋଇଥିବା ମହାନଦୀର ୪୨୪ ଏକର ଜମିକୁ କଟକ ସହରବାସୀଙ୍କ ସୁବିଧା ଓ ମୌଳିକ ଆବଶ୍ୟକତା ପୂରଣ ପାଇଁ ବିନିଯୋଗ କରାଯିବ। ଜମିର ଅଧିକାଂଶ ଅଞ୍ଚଳରେ ସବୁଜିମା ସୃଷ୍ଟି ସହ କ୍ରୀଡା ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟ ତଥା ଅବସର ବିନୋଦନ ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ସହଯୋଗ ଲୋଡିଛନ୍ତି।

Other News