ସମ୍ବଲପୁର ରେଳଷ୍ଟେସନଠାରେ ମୁଖ୍ୟମନ୍ତୀ ଶୁଭାରମ୍ଭ କଲେ ତୃତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା

CM flags off third phase pilgrimage train for senior citizens from Sambalpur railway station

 Published : ଓଡିଶା ନିୟୁଜ ୩୬୦

/  

22-Nov-2016  

ଆନନ୍ଦ ଉଲ୍ଲାସ ଓ ବରିଷ୍ଟ ନାଗରିକଙ୍କୁ ଫୁଲହାର ଦେଇ ସମ୍ବର୍ଦ୍ଧିତ କରିବା ମଧ୍ୟରେ ସମ୍ବଲପୁରସ୍ଥିତ କ୍ଷେତରାଜପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ବରିଷ୍ଟ ନାଗରିକ ତୀର୍ଥଯାତ୍ରା ଯୋଜନାର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଏକ ହଜାର ବରିଷ୍ଠ ନାଗରିକ ଏକ ସ୍ବତନ୍ତ୍ର ଟ୍ରେନରେ ତୀର୍ଥଯାତ୍ରାରେ ଯାଇଛନ୍ତି। ତୀର୍ଥଯାତ୍ରା ଟ୍ରେନଟି ଋଷିକେଶ ଓ ହରିଦ୍ବାର ଅଭିମୁଖେ ଯାତ୍ରା କରିଛି। ତୀର୍ଥଯାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ସେବାପାଇଁ ଟ୍ରେନରେ ଡାକ୍ତର, ଫର୍ମାସିଷ୍ଟ, ସ୍ବାସ୍ଥ୍ୟ ସେବକ ଓ ସେବିକା ବରିଷ୍ଠ ନାଗରିକଙ୍କ ସହ ଯାତ୍ରା କରିଛନ୍ତି। ବ୍ରହ୍ମପୁର ରେଳଷ୍ଟେସନରୁ ୨୫ ଜୁଲାଇରେ ପ୍ରଥମ ତୀର୍ଥଯାତ୍ରା ଟ୍ରେନ ବହାରିଥିବା ବେଳେ, ୨୪ ସେପ୍ଟେମ୍ବରରେ ଭୁବନେଶ୍ବର ଷ୍ଟେସନରୁ ଦ୍ବିତୀୟ ତୀର୍ଥଯାତ୍ରା ଟ୍ରେନ ବାହାରିଥିଲା 

Other News