Published : ଓଡିଶା ସନ୍ ଟାଇମ୍ସ
/28-Jul-2017
ରାଜ୍ୟର ୨୫ ଲକ୍ଷ ଚାଷୀଙ୍କୁ ୨୦୧୭ ଖରିଫ ଋତୁ ପାଇଁ ଫସଲ ବୀମାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଗତ ଖରିଫ ଋତୁ ଠାରୁ ଚଳିତ ଖରିଫ ଋତୁରେ ଅଧିକ ୮ଲକ୍ଷ ଚାଷୀକୁ ଫସଲ ବୀମାରେ ସାମିଲ କରିବା ପାଇଁ ଯୋଜନା କରାଯାଇଛି। ଧାନ, ଚିନାବାଦାମ, କପା, ହଳଦୀ, ଅଦା ଆଦି ୫ ଗୋଟି ଫସଲ ସମେତ ଅରହର ଓ ମକା ପରି ୨ ଟି ଅତିରିକ୍ତ ଫସଲକୁ ମଧ୍ୟ ଖରିଫ ଫସଲ ବୀମାରେ ଚଳିତ ବର୍ଷ ଅନ୍ତର୍ଭୁକ୍ତ କରାଯାଇଛି।