Published : ଓଡ଼ିଶା ସନ୍ ଟାଇମ୍ସ
/19-Jan-2019
ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ଅଧିନରେ ଥିବା ସମସ୍ତ ଉପଭୋକ୍ତା ମାନଙ୍କର ମାସିକ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ନୂତନ ଘୋଷଣା ଅନୁଯାୟୀ ଯୋଉଁମାନେ ମାସିକ ୩୦୦ ଟଙ୍କା ଭତ୍ତା ପାଉଥିଲେ ସେମାନଙ୍କୁ ଆସନ୍ତା ଫେବୃଆରୀ ୧୫ ତାରିଖରୁ ମାସିକ ୫୦୦ଟଙ୍କା ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ବ ବୟଷ୍କ, ଯେଉଁମାନେ ମାସିକ ୫୦୦ଟଙ୍କା କରି ଭତ୍ତା ପାଉଥିଲେ ସେମାନଙ୍କୁ ମାସିକ ୭୦୦ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।