ଓଡ଼ିଶା, ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କଲା

Odisha hiked minimum daily wage of labourers

 Published : ଓଡ଼ିଶା ସନ୍ ଟାଇମ୍ସ

/  

30-Oct-2018  

ଦାଦନ ପାଇଁ ରାଜ୍ୟଛାଡି ବାହାରକୁ ଚାଲି ଯାଉଥିବା ଶ୍ରମିକ ମାନଙ୍କୁ ରୋକିବା ପାଇଁ ରାଜ୍ୟ ସରକାର ଅଣ କୁଶଳୀ, ଅର୍ଦ୍ଧ କୁଶଳୀ  ଓ  କୁଶଳୀ ଶ୍ରମିକ ମାନଙ୍କର ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି।  ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୦୦ ରୁ ୨୮୦ ଟଙ୍କାକୁ, ଅର୍ଦ୍ଧ କୁଶଳୀ ୨୨୦ରୁ ୩୨୦ ଟଙ୍କାକୁ  ଏବଂ କୁଶଳୀ ଶ୍ରମିକଙ୍କ ୨୬୦ ରୁ ୪୩୦ ଟଙ୍କାକୁ ବୃଦ୍ଧି ସହିତ ଭିଡିଏ ବର୍ଷକୁ ୨ଥର ସଂଶୋଧନ କରାଯିବ।ଏଥିନେଇ ଶ୍ରମ ଓ ନିୟୋଜନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।`   

Other News