ବିଜେପି ଓ କଂଗ୍ରେସ ଛାଡିଲେ ଶତାଧିକ କର୍ମୀ, ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ

Hundreds of workers leave BJP & INC to join BJD in the presence of legislators

 Published : Prameya News 7

/  

13-Jul-2022  

ମାହାଙ୍ଗା ବ୍ଲକ ମଉଦା ପଞ୍ଚାୟତରେ ମିଶ୍ରଣ ପର୍ବ। ବିଜେଡିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ନିଜ ନିଜ ଦଳର କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଏମାନେ ବିଜେଡିରେ ମିଶିଛନ୍ତି । ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ୧୦୦ରୁ ଅଧିକ କର୍ମୀ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ମାହାଙ୍ଗାରେ ହେଉଥିବା ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା କର୍ମୀମାନେ କହିଛନ୍ତି । ସମସ୍ତ କର୍ମୀଙ୍କୁ ବିଧାୟକ ପ୍ରତାପ ଜେନା ସ୍ବାଗତ କରିବା ସହ ପଞ୍ଚାୟତର ସମସ୍ତ ସମସ୍ୟା ଓ ଏସଏସ୍‌ଜିକୁ ସୁଦୃଢ କରିବା ପାଇଁ ଆହ୍ବାନ ଦେଇଛନ୍ତି।

Other News