Published : ଓଡିଶା ସନ୍ ଟାଇମ୍ସ
/05-Aug-2017
ଦେବଗଡ ପୌର ଉପନିର୍ବଚନରେ ବିଜୁ ଜନତା ଦଳର ଦୁଇ ଜଣ ପ୍ରାର୍ଥୀ ବିଜେପିର ପ୍ରତିଦ୍ବନ୍ଦୀଙ୍କୁ ହରାଇ କାଉନସିଲର ଭାବେ ନିର୍ବାଚିତ ହୋଇଛନ୍ତି। ପୌରଞ୍ଚଳର ଏକ ନମ୍ବର ୱାର୍ଡରେ ବିଜେଡିର ଅହିଂସା ନାୟକ ବିଜେପିର ନିକଟତମ ପ୍ରତିଦ୍ବନ୍ଦୀ ରୋସନ କୁମାର ସାହୁଙ୍କ ଠାରୁ ୭୧ ଖଣ୍ଡ ଭୋଟ ଅଧିକା ପାଇ ନିର୍ବାଚିତ ହୋଇଥିବା ବେଳେ ୱାର୍ଡ ନମ୍ବର ୯ ରେ ବିଜେଡିର କୁଳ ଚନ୍ଦ୍ରମା ହସ୍ତୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ରାଜକୁମାର ମୁଣ୍ଡାଙ୍କ ଠାରୁ ୧୯୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।