ଜଙ୍ଗଲ ଅଧିକାର ଆଇନ୍ କାର୍ଯ୍ୟକାରୀ କରିବାରେ ଓଡିଶା ଫୁଣି ଦେଶରେ ପ୍ରଥମ

Odisha retains top position in forest act implementation

 Published : ଟାଇମ୍ସ ଅଫ ଇଣ୍ଡିଆ

/  

02-Sep-2017  

ଓଡିଶା ଜଙ୍ଗଲ ଅଧିକାର ଆଇନ୍ ଓ ଦାରିଦ୍ର ଦୂରିକରଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ପୁର୍ନବାର ଦେଶରେ ପ୍ରଥମ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଗତି କାର୍ଯ୍ୟକ୍ରମରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରୀତା ଓ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଓ ଜନମଙ୍ଗଳ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟଶାସନ ସଚିବ ମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲେଚନା କରିଥିଲେ। ଓଡିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟରେ ଜଙ୍ଗଲ ଅଧିକାର ଆଇନ୍ କାର୍ଯ୍ୟକାରୀ ହେବା ଫଳରେ ୪.୦୬ ଲକ୍ଷ ବ୍ୟକ୍ତି ଉପକୃତ ହୋଇଥିବା ବେଳେ ୫୯୪୨ ଜଣ ବ୍ୟକ୍ତି ଗୋଷ୍ଠି ଅଧିକାରରେ ଜଙ୍ଗଲ ଜମି ଅଧିକାର ପାଇ ଉପକୃତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

Other News