ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଭବାନୀପାଟନା ମହାବିଦ୍ୟାଳୟକୁ ମିଳିବ ବିଶ୍ବବିଦ୍ୟାଳୟର ମାନ୍ୟତା

Bhawanipatna College to get varsity status in Odisha

 Published : ଓଡ଼ିଶା ସନ୍ ଟାଇମ୍ସ

/  

16-Feb-2019  

ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଭବାନପାଟଣା ସ୍ବୟଂ ଚାଳିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେହିପରି ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ପାଠ୍ୟକ୍ରମ ଖୋଲାଯିବ। ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟସରକାର  ୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ମିଶନଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସିଡମନି  ବାବଦରେ ୧୫୦୦୦ ଟଙ୍କାକରି ୧୧,୧୨୨ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏବଂ ୧୪ ଟି ବ୍ଲକର ସ୍ବୟଂସହାୟିକା ସଙ୍ଗଠନ ଗୁଡିକୁ୨୫ ହଜାର କରି ଟଙ୍କା କରି ପ୍ରଦାନ କରିଛନ୍ତି।

Other News