Published : ଓଡ଼ିଶା ସନ୍ ଟାଇମ୍ସ
/22-Feb-2019
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିନ କ୍ୟାବିନେଟ ୨୮ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟ ବୈଠକ ପରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି କ୍ୟାବିନେଟର ବୈଠକରେ ‘ଖୁସି’ ଯୋଜନାକୁ ମଂଜୁରୀ ମିଳିଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଢୁଥିବା ଛାତ୍ରୀମାନଙ୍କ ପାଇଁ ସରକାର ଖୁସି ଆଣିଛନ୍ତି। ଛାତ୍ରୀମାନେ ସେମାନଙ୍କର ସ୍କୁଲରୁ ମାଗଣାରେ ସାନିଟାରି ନାପକିନ୍ ପାଇପାରିବେ। କ୍ୟାବିନେଟ ନିଷ୍ପତ୍ତି ଅନୁଯାଇ ଖୁସି ଯୋଜନାରେ ୫ ବର୍ଷରେ ୪୬୬.୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ରାଜ୍ୟର ମୋଟ ୧୭ ଲକ୍ଷ ୨୫ ହଜାର ଛାତ୍ରୀ ଉପକୃତ ହେବେ। ସରକାରୀ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଛାତ୍ରୀଙ୍କୁ ମଧ୍ୟ ନାପକିନ୍ ମିଳିବ।