ବିଜେପିର କଥା ବଡ କାମ କମ : ମୁଖ୍ୟମନ୍ତ୍ରୀ

BJP talks more, does less: Odisha CM

 Published : ଓଡ଼ିଶା ସନ୍ ଟାଇମ୍ସ

/  

21-Dec-2018  

ବିଜେପି ବଡ ବଡ କଥା କୁହେ, ସେହି ତୁଳନାରେ କାମ କରେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଚାଷୀଙ୍କ ଋଣ ଛାଡ ପ୍ରସଙ୍ଗରେ ବିଜେପିର ଦାବୀ କରୁଥିବା ନେଇ ସାମ୍ବାଦିକ ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପ୍ରଶ୍ନ କରିବାରୁ ମୁଖ୍ୟମନ୍ତ୍ରୀ ଉପରୋକ୍ତ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେଯେ ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ ପାଇଁ ପ୍ରତିଶ୍ରୃତି ଦେଇଥିଲା ବେଳେ ତାହା ଏପର୍ଯ୍ୟନ୍ତ ପୁରଣ କରିପାରିଲା ନାହିଁ। ବିଜେପି କେବଳ ବହ ବଡ କଥା କୁହେ ମାତ୍ର କାମ ସେହି ଅନୁଯାୟୀ କରେନାହିଁ ବୋଲି ସେ କହିଥିଲେ।

Other News