ବିମୁଦ୍ରୀକରଣ ଦୁଃଖ, ମୁଖ୍ୟମନ୍ତ୍ରୀଙ୍କ ଦାବୀ ଓଡିଶାରେ ବ୍ୟାଙ୍କ ନଥିବା ଅଞ୍ଚଳରେ ମୋବାଇଲ ବ୍ୟାଙ୍କି ସୁବିଧା ଯୋଗାଇ ଦିଆଯାଉ

Demonetisation woes C M demands mobile banking in unbanked areas

ଓଡିଶାର ୭୦ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କି ସୁବିଧା ନାହିଁ, ତେଣୁ ସେହି ସବୁ ପଞ୍ଚାୟତ ମାନଙ୍କରେ ମୋବାଇଲ ବ୍ୟାଙ୍କି ସୁବିଧା ଯୋଗାଇ ଦେଲେ ବିମୁଦ୍ରୀକରଣ ପାଇଁ ସୃଷ୍ଟିହେଇଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲିଙ୍କୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଭାରତୀୟ ରିର୍ଜଭ ବ୍ୟାଙ୍କ ଅଫ ଇଣ୍ଡିଆ, ବାର୍ଦ୍ଧକ୍ୟ ଭତ୍ତା ଭଳି ସରକାରୀ ଅର୍ଥ ଉଠାଣ କ୍ଷେତ୍ରରେ କୋହଳ ନିତୀ ଅବଲମ୍ବନ କରିଛି।  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭାରତୀୟ ରିର୍ଜଭ ବ୍ୟାଙ୍କକୁ ଅନୁରୋଧ କରିଛନ୍ତି ଯେ  ଯେ ସାଂପ୍ରତିକ ପରିସ୍ଥିତିରେ ବ୍ୟାଙ୍କ ନଥିବା ପଞ୍ଚାୟତ ଗୁଡିକରେ  ମୋବାଇଲ ବ୍ୟାଙ୍କି ସୁବିଧା ଯୋଗାଇ ଦିଆଯାଉ। ଏଥିପାଇଁ ରାଜ୍ୟ ସରକାର ଭିତ୍ତିଭୂମି ସୁବିଧା ଯୋଗାଇ ଦେବେ।

Other News