Published : ଓଡ଼ିଶା ସନ୍ ଟାଇମ୍ସ
/05-Apr-2019
ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳର ୩ ଜଣ ସଦସ୍ୟଙ୍କୁ ସାଧାରଣ ସମ୍ପାଦକ ପଦରେ ଏବଂ ନିର୍ବାଚନ ପରିପେକ୍ଷୀରେ ଦୁଇ ଜଣ ସଦସ୍ୟଙ୍କୁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିଛନ୍ତି। ସାଧାରଣ ସମ୍ପାଦକ ପଦରେ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶି ମିଶ୍ର, ପୂର୍ବତନ କଂଗ୍ରେସ ନେତା ଜନ୍ମେଜୟ ଲେଙ୍କା ଏବଂ ଅନୁଗୁଳର ପୂର୍ବତନ ବିଜେପି ନେତା ମୀନକେତନ ଅମାନ୍ତ ଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ସମ୍ପାଦକ ବିଜୟ ନାୟକ ଓ ଜିତୁ ପଟ୍ଟନାୟକଙ୍କୁ ବିଜେପୁର ନିର୍ବାଚନ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି।