Published : ଓଡିଶା ନିୟୁଜ ୩୬୦
/07-Dec-2016
ରାଜ୍ୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରାଯାଇ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇ ପାରିବ। ଏହି ଲକ୍ଷ ରଖି ରାଜ୍ୟ ସରକାର ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହି ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦୮ ଟି ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ୱାଧୱାନି ଫାଉଣ୍ଡେସନ ସହିତ ଦକ୍ଷତା ବୃଦ୍ଧି ଶିକ୍ଷା ବ୍ୟବସ୍ଥା ପ୍ରଚଳନ ନେଇ ବୁଝାମଣା ପତ୍ର ସ୍ବାକ୍ଷରୀତ ହୋଇଥିଲା