Published : ଡି ଏନ ଏ
/20-Apr-2017
ଭିଭିଆଇପି ମାନଙ୍କ ଗାଡିରେ ନାଲିବତୀ ବ୍ୟବହାରକୁ ତୁରନ୍ତ ବନ୍ଧ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନିର୍ଦ୍ଦେଶ ଦେଇଛନ୍ତି l ନିଜ ଗାଡିରୁ ମଧ୍ୟ ନାଲିବତୀ ବାହାର କରିଦେଇଛନ୍ତି l ବିଶିଷ୍ଟ ବ୍ୟକ୍ତି କିମ୍ବା ସରକାରୀ ଅଧିକାରୀ ମାନେ ଗାଡିରେ ନାଲିବତୀ ବ୍ୟବହାର ଉପରେ କେନ୍ଦ୍ର କ୍ଯାବିନେଟ କଟକଣା ଲଗାଇବା ନିଷ୍ପତ୍ତି ନେବାର ମାତ୍ର କେତେ ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ଏହିଭଳି ନିଷ୍ପତି ନେଇଛନ୍ତି l