ପିତୃ ମାତୃ ହୀନ ଓ ଏଚ ଆଇଭି ଶିଶୁଙ୍କ ପାଇଁ ଓଡିଶାରେ ନୂଆ ଯୋଜନା

Odisha launches scheme for HIV positive orphan children

 Published : ବିଜନେସ ଷାଣ୍ଡାର୍ଡ

/  

23-Dec-2016  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପିତୃ ମାତୃ ହରା ଏବଂ ଏଚ ଆଇ ଭି ଆକ୍ରାନ୍ତ ଶିଶୁଙ୍କ ସହାୟତା ପ୍ରଦାନ ପାଇଁ ବିଜୁ ଶିଶୁ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ଦ୍ଦିନରେ ଥିବା ପିଲା ମାନଙ୍କର ପ୍ରାଥମିକ ବିଦ୍ୟଳୟଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ପଢିବା ଖର୍ଚ୍ଚ ସରକାର ବହନ କରିବେ। ବାଳିକାଙ୍କ କ୍ଷେତ୍ରରେ ସରକାର ବିବାହ ଖର୍ଚ୍ଚ ମଧ୍ୟ ବହନ କରିବେ। ଏଥି ସହିତ ମା ଓ ଶିଶୁଙ୍କ ପାଇଁ ଆଉ ଏକ ପୃଷ୍ଟିକର ଯୋଜନା ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ୨୦୧୭ ରୁ ୨୦୨୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ।ରାଜ୍ୟରେ ମମତା ଯୋଜନା ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟକାରୀ ହେବା ପରେ ବିଜୁ ଶିଶୁ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି।ସୂଚନା ଯୋଗ୍ୟଯେ ମମତା ଯୋଜନାରେ ୨୫ ଲକ୍ଷ  ଗର୍ଭବତୀ ମହିଳା ସହାୟତା ପାଇ ନିରାପଦ ମାତୃତ୍ବ ଲାଭ କରିପାରିଛନ୍ତି।

Other News