Published : ଦି ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/03-Dec-2016
ଯଦି ସଂଖ୍ୟାକୁ ଗୁରୁତ୍ବ ପ୍ରଦାନ କରାଯାଏ, ତେବେ ମେକ୍ ଇନ୍ ଓଡିଶା କନକ୍ଲେଭରେ ଓଡିଶାକୁ ମିଳିଛି ଏକ ବଡ ଧରଣର ସଫଳତା। ରାଜ୍ୟ ସରକାରଙ୍କର ସୂଚନା ଅନୁଯାଇ ମେକ୍ ଇନ୍ ଓଡିଶା କନକ୍ଲେଭର ତିନି ଦିନ ମଧ୍ୟରେ ୨.୦୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶର ପ୍ରସ୍ଥାବ ରାଜ୍ୟକୁ ମିଳିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ତାଙ୍କ ଉଦଯାପନୀ ଭାଷଣରେ କହିଥିଲେ ଯେ, ତିନିଦିନର ସମ୍ମିଳନୀ ମଧ୍ୟରେ ୧୦ଟି ବିଭାଗରେ ମୋଟ ୨ ଲକ୍ଷ ୩ ହଜାର୨୩୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ପ୍ରସ୍ଥାବ ରାଜ୍ୟକୁ ମିଳିଛି। କ୍ରମବର୍ଦ୍ଧନଶୀଳ ପୁଞ୍ଜି ନିବେଶ ଫଳରେ ରାଜ୍ୟରେ ୧.୪ ଲକ୍ଷ ଅତିରିକ୍ତ ନିଯୁକ୍ତିର ସୁଯୋଗ ସୃଷ୍ଟିହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।