ଚିଲିକା ଓ ଅଂଶୁପା ହ୍ରଦର ବିକାଶ ପାଇଁ ୧୭୯ କୋଟି ଟଙ୍କା

Conservation of Ecological Habitat & Livelihoods around Chilika & Ansupa

 Published : ସମ୍ବାଦ

/  

18-Aug-2019  

ଚିଲିକା ହ୍ରଦର ସମନ୍ବିତ ପରିଚାଳନା ପାଇଁ ସରକାର ୧୫୮ କୋଟି ଟଙ୍କା ଓ ଅଂଶୁପା ହ୍ରଦର ସାମଗ୍ରିକ ବିକାଶ ପାଇଁ ୨୧ କୋଟି ୨୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ଲୋକସେବା ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ଉଭୟ ଚିଲିକା ଓ ଅଂଶୁପା ହ୍ରଦର ବିକାଶ ପାଇଁ ୫ ବର୍ଷିଆ କାର୍ଯ୍ୟଖସଡ଼ା ଅନୁମୋଦିତ ହୋଇଛି ୨୦୧୯ରୁ ୨୦୨୪ ମସିହା ପର୍ଯ୍ୟନ୍ତ ଚିଲିକା ହ୍ରଦର ଚାରିପାଖରେ ଥିବା ୧୫୧ଟି ଗାଁର ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀମାନଙ୍କ ଜୀବିକା ପାଇଁ ଆର୍ଦ୍ରଭୂମି ଗୁଡ଼ିକର ଚିହ୍ନଟ ଓ ପୁନରୁଦ୍ଧାର, ସଂରକ୍ଷଣ, ପରିଚାଳନା ଓ ଜୈବ ବିବିଧତାର ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ। ଏହା ସହିତ ସମନ୍ଵିତ ବିକାଶ ସହ ଆର୍ଦ୍ରଭୂମିକୁ ପର୍ଯ୍ୟଟନ ଉପଯୋଗୀ କରିବା ଉପରେ ବୈଠକରେ ଗୁରୁତ୍ଵ ଦିଆଯାଇଛିଏହା ଦ୍ବାରା ଅଂଶୁପା ଉପରେ ନିର୍ଭର କରୁଥିବା ୨ଟି ଗ୍ରାମର ୨୫୦ ଜଣ ମତ୍ସ୍ୟଜୀବୀ ଉପକୃତ ହେବେ।  

Other News