ପାଞ୍ଚଟି ବିଭାଗକୁ 'ମୋ ସରକାର'ରେ ସାମିଲ କଲେ ଓଡ଼ିଶା ସରକାର

Five more departments included in Mo Sarkar fold

 Published : ଦି ନ୍ୟୁଜରୁମ

/  

04-Mar-2020  

ଆଉ ପାଞ୍ଚଟି ସରକାରୀ ବିଭାଗକୁ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି ଓଡ଼ିଶା ସରକାର | ଲୋକ ସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି।  'ମୋ ସରକାର' କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିଭାଗଗୁଡ଼ିକ ହେଉଛି ଶକ୍ତି, ଗ୍ରାମୀଣ ବିକାଶ, ବିଦ୍ୟାଳୟ ଏବଂ ଜନ ଶିକ୍ଷା, ଉଚ୍ଚଶିକ୍ଷା, ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା | ଏହା ସହିତ 'ମୋ ସରକାର'ରେ ସାମିଲ ବିଭାଗ ସଂଖ୍ୟା ୨୭ ରେ ପହଁଚିଛି |

Other News