ବାରିପଦା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୪ ଟି ବଡ ଘୋଷଣା

CM made 4 big announcements for Baripada

 Published : ଓଡ଼ିଶା ସନ୍ ଟାଇମ୍ସ

/  

30-Jan-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୁରଭଞ୍ଜ ଗସ୍ତରେ ଯାଇ ବାରିପଦା ସହର ପାଇଁ ୪ଟି ବଡ ଘୋଷଣା କରିଛନ୍ତି। ଛଉ ପଡିଆ ଠାରେ ମିଶନ ଶକ୍ତି ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଆର୍ଥିକ ସଂକଟ ଯୋଗୁ ୨୦୧୪ ମସିହାରୁ ରିର୍ଜଭ ବ୍ୟାଙ୍କ ଲାଇସେନ୍ସ ବାତିଲ କରିଦେଇଥିବାରୁ ବନ୍ଦ ହୋଇ ପଡିଥିବା ଅର୍ବାନ କୋଅପରେଟିଭ ବ୍ୟାଙ୍କର ପୁର୍ନରୁଦ୍ଧାର କରାଯିବ। ଏଥିପାଇଁ ରାଜ୍ୟ ସରକାର ପାଣ୍ଠି ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସହର ଚାରିପଟେ ଏକ ରିଙ୍ଗ ବନ୍ଧର ନିର୍ମାଣ, ଛଉନୃତ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଓ ମୟୁରଭଞ୍ଜ ଆର୍ୟୁବେଦ ମହାବିଦ୍ୟାଳୟକୁ ସରକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Other News