Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/10-Sep-2017
ଶାସକ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଉପନିର୍ବାଚନ ସମ୍ପର୍କରେ ଦଳର ସାଂସଦ, ବିଧାୟକ ଓ ସ୍ଥାନୀୟ ନେତା ମାନଙ୍କସହ ନବୀନ ନିବାସଠାରେ ଆଲୋଚନା କରିଛନ୍ତି। ବିଜେପୁର ନିର୍ବାଚନ ମଣ୍ଡଳିରେ ଦଳକୁ କିପରି ଅଧିକ ସୁଦୃଢ କରିହେବ ସେଥିନେଇ ଦଳର ସଭାପତି ଅଧିକ ଗୁରୁତ୍ବ ପ୍ରଦାନ କରିଛନ୍ତି। ନିକଟରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳିରେ ଉପନିର୍ବାଚନର ଆବଶ୍ୟକ ହୋଇ ପଡିଛି।