Published : ଜି ବିଜିନେସ୍
/29-May-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନଫରେସିଂ ମାଧ୍ୟମରେ ନବନିର୍ମିତ ୭ ଟି ପ୍ରକଳ୍ପର ଶୁଭଉଦଘାଟନ କରିଥିବା ବେଳେ ୧୨ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ୨୦୧୭ ନଭେମ୍ବର ୧୬ ତାରିଖରେ ଶୁଭଦିଆଯାଇଥିବା ୨ଟି ପ୍ରକଳ୍ପ ଉଦଘାଟିତ ହୋଇଛି। ଆସନ୍ତା ୬ ମାସ ମଧ୍ୟରେ ଏହି ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେବ। ଏହି ସବୁ ପ୍ରକଳ୍ପ ପାଇଁ ୨୬୭୫ କୋଟି ଟଙ୍କା ବିନିଯୋଗ ହେବ ୮୯୫୩ ଟି ନିଯୁକ୍ତିର ସୁଯୋଗ ସୃଷ୍ଟିହେବ।